Salony Mohanty
’ନିଃଶବ୍ଦ ଝଂକାର’ କାବ୍ୟ ସଂକଳନଟିର ସ୍ରଷ୍ଟାଂକ ପାଇଁ ଉପର ଲିଖିତ ସତ୍ୟପାଠ ପ୍ରତି ଦୃଷ୍ଟିଦେବାକୁ ହେବ କାୟମନୋବାକ୍ୟରେ। ଅନୁରାଗ, ଅଭିମାନ ଓ ଆତ୍ମାନ୍ୱେଷ ଏହି ତିନୋଟି ବିଭାଗରେ ସର୍ବମୋଟ ଚାଳିଶଟି କବିତା ସ୍ଥାନ ପାଇଛି। ପ୍ରାୟ ପ୍ରତିଟି କବିତା ଆମ ସାଂସ୍କୃତିକ ଇତିହାସରେ ଥିବା ’ନବରସ’ରେ ଜୁଡୁବୁଡୁ। ପ୍ରେମର ଏହି ଆଦ୍ୟ ଭାଗରେ ବର୍ଣ୍ଣିତ ଛଳଛଳ ଆବେଗଭରା ଭାଷାର ପ୍ରୟୋଗରେ ଦେହଦେଉଳିର ବର୍ଣ୍ଣନା ଚିତ୍ରଭାଷାରେ ଲେଖା ହୋଇଥିବାରୁ ଏହା ଯେ ପାଠକାଦ୍ରୁତ ହେବ ଆଶା କରାଯାଏ। ପ୍ରଥମ ପ୍ରେମର ଯାତ୍ରାପଥ ଲଂବିଥାଏ ବିଶ୍ୱଜନୀନ ସ୍ତର ପର୍ଯ୍ୟନ୍ତ। ସେହି ସ୍ତରରେ ପହଂଚିବା ପାଇଁ ସଲୋନି ଅଂଗୀକାରବଦ୍ଧ ହେବେ ବୋଲି ମୁଁ ଈଶ୍ୱରଙ୍କୁ ଜଣାଉଛି। ସହଜ, ସରଳ ଓ ସାବଲୀଳ ଭାଷାର ପ୍ରୟୋଗରେ ପ୍ରତିଟି କବିତା ମୂର୍ତ୍ତିମଂତ। ବୈଶ୍ୱାନର ଦୃଷ୍ଟିଭଂଗୀରେ ଜୀବନକୁ ଜଗତକୁ ଦେଖି ଅନୁଭବି ନିଜର ଅନୁଭୂତିକୁ ଅଧିକରୁ ଅଧିକ କାବ୍ୟଭାଷାରେ ନିଜର ରଚନାକୁ ରସୋତୀର୍ଣ୍ଣ କରି ପାରିଲେ ତାହା ଅଚିରେ ବହୁଳ ଭାବେ ପାଠକାଦ୍ରୁତ ହେବ ଏଥିରେ ସଂଦେହର ଅବକାଶ ନାହିଁ। -- ଫନୀ ମହାଂତି, କେନ୍ଦ୍ର ସାହିତ୍ୟ ଅକାଦେମୀ ପ୍ରାପ୍ତ ଲେଖକ, ପୁଷ୍ପଧନୁ, ଭୁବନେଶ୍ୱର 6